Fri. Apr 24th, 2026

ବାତ୍ୟା ତାଉତେର ପ୍ରଭାବ, ଆଉ କିଛି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏରିଏଲ ସର୍ଭେ

458 Views

ନୂଆଦିଲ୍ଲୀ, ମେ ୧୯ :

ଆରବସାଗରରୁ ସୃଷ୍ଟି ହୋଇଥିବା ବାତ୍ୟା ତାଉତେର ପ୍ରଭାବ ଏବେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଜିଲ୍ଲାରେ ଦେଖାଦେଇଛି। ୟୁପି-ରାଜସ୍ଥାନରେ ବର୍ଷା ହେବା ସହ ଦିଲ୍ଲୀ-ଏନସିଆରରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଏହାର ପ୍ରଭାବ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି। ଦିଲ୍ଲୀ-ଏନସିଆର ଏବଂ ଉତ୍ତରପ୍ରଦେଶ ବ୍ୟତୀତ ହରିୟାଣା ଏବଂ ରାଜସ୍ଥାନର ଅନେକ ଜିଲ୍ଲାରେ ମଧ୍ୟବର୍ତ୍ତୀ ବର୍ଷା ହୋଇଛି। ଆଜି ସକାଳେ ଦିଲ୍ଲୀ ସମେତ ଅନେକ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।

ଉତ୍ତରପ୍ରଦେଶ ପାଣିପାଗ ବିଭାଗର ସ୍ଥାନୀୟ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ବାତ୍ୟା ଉତ୍ତର ଭାରତ ଆଡକୁ ଗତି କରି ଦକ୍ଷିଣ ରାଜସ୍ଥାନରେ ବର୍ଷା ହୋଇଛି।

ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟମ ବର୍ଷା ହେବ।  ଦିଲ୍ଲୀର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଘଣ୍ଟା ପ୍ରତି ୫୦-୬୦ କିଲୋମିଟର ବେଗରେ ବର୍ଷା ଓ ପବନ ହେବାର ପୂର୍ବାନୁମାନ କରିଛି ମୌସୁମ ବିଭାଗ।  ଗୁଜୁରାଟରେ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଏହି ଘୂର୍ଣ୍ଣିବଳୟ ସମଗ୍ର ପଶ୍ଚିମ ଉପକୂଳକୁ ପ୍ରଭାବିତ କରିଥିଲା।

ସେପଟେ ବାତ୍ୟା ପରିବର୍ତୀ ସ୍ଥିତି ସମୀକ୍ଷା କରିବ ପାଇଁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ଡିୟୁ ଗସ୍ତ କରିଛନ୍ତି।

ପାରିପାର୍ଶ୍ବିକ ପରିସ୍ଥିତି ଏବଂ କ୍ଷୟକ୍ଷତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।  ସେ ଉନା, ଡିୟୁ, ଜାଫାରାବାଦ, ଏବଂ ମହୁଭା  ଭଳି  ଅଞ୍ଚଳ ରେ ବିମାନ  ଦ୍ୱରା ଏରିଏଲ ସର୍ଭେ କରିବେ । ଏହାପରେ ସେ ଅହମ୍ମଦାବାଦରେ ଏକ ସମୀକ୍ଷା  ବୈଠକ ମଧ୍ୟ କରିବେ।

ବାତ୍ୟା କ୍ଷୟକ୍ଷତି ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟାର ତାଣ୍ଡବ ପରେ  ବିଭିନ୍ନ କେନ୍ଦ୍ରୀୟ ଟିମ ଦ୍ୱରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ କିଛି ପ୍ୟାକେଜ ଘୋଷଣା କରିପାରନ୍ତି ।

By amfnews

Related Post