Fri. May 22nd, 2026
273 Views

ଆଠଗଡ଼  : କଟକ ଜିଲ୍ଲା ତିଗିରିଆର ନିଜିଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ତିଗିରିଆର ଫରେଷ୍ଟର ସୁଚରିତା ସାମନ୍ତରାୟ ଏବଂ ଫରେଷ୍ଟ ଗାର୍ଡ ଚନ୍ଦନ ବେହେରା।

ଗତ ରବିବାର ଗୋଟିଏ କଲରାପତରିଆ ବାଘଟିର ମୃତଦେହ ନିଜିଗଡ଼ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ବାଘଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଡିଏଫ୍ଓ ସସ୍ମିତା ଲେଙ୍କା, କନର୍ଜରଭେଟର ପି.କେ. ମହାପାତ୍ର ଓଏକଜିକ୍ୟୁଟିଭ୍‌ ଡିରେକ୍ଟର ପ୍ରସନ୍ନ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ଘଟଣାରେ ଗତକାଲି ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ଡିଏଫ୍‌ଓ ନିଲମ୍ବନ  କରିଛନ୍ତି। ମୃତ ମାଈ ବାଘଟିକୁ ୧୦ ବର୍ଷ  ହୋଇଥିବା  ଜଣାପଡ଼ିଛି।

By amfnews

Related Post