Wed. Aug 19th, 2026

ବାଘ ଆତଙ୍କ; ଗୁହାଳେ ପଶି ଛେଳି ମାରିଲା

228 Views

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍‌ର ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ଗାଁର ହୀରାଧର ନାଗଙ୍କ ଗୁହାଳେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି ଆସିବାରୁ ବାଘ ଛେଳିକୁ ଛାଡ଼ି ପଲାଇଥିଲା। ଗାଁ ଭିତରକୁ ବାଘ ଆସିଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଲୋକଙ୍କୁ ସଚେତନ କରିବା ସହ ସନ୍ଧ୍ୟା ସମୟରେ ପହରା ଦିଆ ଯାଉଥିବା ବୋଡେନ ଫରେଷ୍ଟର କହିଛନ୍ତି।

By amfnews

Related Post