Sat. Jun 13th, 2026

ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ; ଜଣେ ଗୁରୁତର

210 Views

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗାଁ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ  ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ  କଂସ ପ୍ରଧାନ ଓ ରିଙ୍କୁ ପ୍ରଧାନ। ଗୁରୁତରଙ୍କ ନାଁ  ସାଗର ପ୍ରଧାନ। ମୃତାହତଙ୍କ ଘର ସେହି ପେନାଗବେରି ଗାଁରେ। ଗୁରୁତର ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟାରେ ଏହି ତିନି ଜଣ ଏକ ବାଇକ୍‌ରେ କୌଣସି କାମରେ ଟିକାବାଲି ଯାଉଥିଲେ। ଏହି ସମୟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଟିକାବାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରି ଡାକ୍ତରଖାନାକୁ ବ୍ୟବଚ୍ଛଦ ପାଇଁ ପଠାଇଥିଲା। ଏଥିସହ ଗୁରୁତର ଥିବା ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଥିଲା। ଏହି ଦୁର୍ଘଟଣା ପରେ ପେନାଗବେରି ଗାଁରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post