Wed. Jul 22nd, 2026

ବାଇକ୍‌ ଚୋରି କରୁଥିଲେ; ଖାଇଲେ ନିର୍ଧୁମ ଛେଚା

147 Views

କାମାକ୍ଷାନଗର : ବାଇକ୍‌ ଚୋରି କରିବା ବେଳେ ଧରା ପଡ଼ି ଛେଚା ଖାଇଲେ ୨ ଚୋର।  ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଡେଙ୍ଗାବାହାଳୀ ଗାଁରେ। ଚୋରଦ୍ୱୟଙ୍କ ନାଁ ଅମର ଦେହୁରୀ ଓ ଚନ୍ଦନ ଦେହୁରୀ। ଅମରଙ୍କ ଘର ସେଣ୍ଢସର ଗାଁରେ। ଆଉ ଚନ୍ଦନଙ୍କ ଘର କାଳିଆପାଣି ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗାଁରେ।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଗାଁର ଦୁର୍ଯୋଧନ ମୁର୍ମୁଙ୍କ ଘରୁ ଅମର ଓ ଚନ୍ଦନ ବାଇକ୍‌ ଚୋରି କରୁଥିଲେ। ଏହି ସମୟରେ ଦୁର୍ଯୋଧନଙ୍କ ପରିବାର ଲୋକେ ସେମାନଙ୍କୁ ଦେଖି ପାଟି କରିଥିଲେ। ଗାଁ ଲୋକେ ପାଟି ଶୁଣି ବାହାରକୁ ଆସି ଉଭୟଙ୍କୁ କାବୁ କରି ମାଡ଼ ମାରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଗାଁ ଲୋକଙ୍କ ନିକଟରୁ ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଚନ୍ଦନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅମର ପ୍ରଥମ ଥର ଚୋରି କରିବାକୁ ଉଦ୍ୟମ କରିଥିବା କହିଛି।

By amfnews

Related Post