Wed. Jul 22nd, 2026

ବସ୍ତି ସୁରକ୍ଷା ସମିତି ପକ୍ଷରୁ କମ୍ବଳ ବଣ୍ଟନ

330 Views

ରାଉରକେଲା, ୧ ଜାନୁଆରୀ : ବସ୍ତି ସୁରକ୍ଷା ସମିତି ପକ୍ଷରୁ ଅସହାୟ ଓ ବୃଦ୍ଧ, ବୃଦ୍ଧାମାନଙ୍କୁ ଶିଳ୍ପାଞ୍ଚଳ କମ୍ୟୁନିଟି ସେଣ୍ଟର ଠାରେ କମ୍ବଳ ବଣ୍ଟନ କରାଯାଇଛି । ସମିତି ସଭାପତି ବିରେନ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପାଞ୍ଚଳ ୬ନଂ. ୱାର୍ଡର ବ୍ୟାସନଗର, ଶାନ୍ତି ନଗର, ବାପୁଜୀ ନଗର, ରାମ ନଗର, ନେତାଜୀ ନଗର, ଏଫ୍ସିଆଇ, କେଶେରୀ ନଗର ଇତ୍ୟାଦି ଅଞ୍ଚଳର ମୋଟ୍ ୧୧୬ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଏହି କମ୍ବଳ ବିତରଣ କରାଯାଇଛି ।

ଶ୍ରୀ ସେନାପତି ସମସ୍ତ ବରିଷ୍ଠ ନାଗରିକମାନଙ୍କ ସୁସ୍ଥ ନିରାମୟ ଜୀବନଯାପନ କାମନା କରିବା ସହ ବିଭିନ୍ନ ସରକାରୀ ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସୁରକ୍ଷା ରାସନ କାର୍ଡ, ହରିଶ୍ଚନ୍ଦ୍ର ଯୋଜନା, ସ୍ୱାସ୍ଥ୍ୟ ବୀମା ଯୋଜନା, ଅଙ୍ଗନୱାଡି କାର୍ଯ୍ୟକ୍ରମ ସମ୍ପର୍କୀତ ସହାୟତା ଆଦି କିଭଳି ଭାବେ ପାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ ।

ନିଶା ନିବାରଣ ଓ ନିଜ ଅଞ୍ଚଳର ପରିବେଶକୁ ସପାସୁତୁରା ରଖିବା ତଥା ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ଉପରେ ଗୁରୁତ୍ୱାରୋପ କରିବାକୁ ଶ୍ରୀ ସେନାପତି ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ଉପଦେଷ୍ଟା ରାମାନନ୍ଦ ଶ୍ରୀଚନ୍ଦନ, ସାରଦା ପ୍ରସାଦ ଦାସ, କୈଳାସ ଚନ୍ଦ୍ର ସାହୁ, ସିଦେ୍ଧଶ୍ୱର ମଲ୍ଲିକ, ବିଶ୍ୱଜିତ ସାହୁ, ଅଭିଜିତ ମାନା, ନାରାୟଣ ବଡାଇକ, ଶ୍ୟାମସୁନ୍ଦର ସାଗର, ଚତୁର୍ଭୁଜ ସାମଲ, ଶୁକଦେବ ପଣ୍ଡା, ବିଜୟ ବାଗେ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post