Thu. Jul 9th, 2026

ବଳପୂର୍ବକ ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଭାଇରାଲ କଲେ ତିନି ଯୁବକ,

192 Views

ଭୋଗରାଇ/ଜଳେଶ୍ବର  : ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଳକ ଅଂଚଳରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରାଯାଇଛି । ଏହି ଭିଡିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ସମ୍ବେଦନଶୀଳ । ଯୌନ ନିର୍ଯାତନାର ଏହି ଭିଡିଓ ଆସିଛି । ଏହି ଲଜ୍ଜାଜନକ ଘଟଣା ପର୍ଯ୍ୟଟନ ସ୍ଥଳ ଭୋଗରାଇର ତଳସାରି ବିଚରେ ଘଟିଥିବା କୁହାଯାଉଛି । ସ୍ଥାନୀୟ ଏକ କଲେଜର ଜଣେ ଛାତ୍ର ଓ ଛାତ୍ରୀ ବୁଲିବାକୁ ଯାଇଥିବା ବେଳେ ମୋଟର ସାଇକେଲରେ ଜଣେ ଯୁବକ ସୁବର୍ଣ୍ଣପୁରକୁ ବୁଲାଇ ନେବାକୁ କହି ସେମାନଙ୍କୁ ସାଙ୍ଗରେ ନେଇଥିଲା ।

ସେଠାରେ ଯୋଜନାବଦ୍ଧ ଭାବେ ପୂର୍ବରୁ ସେଠାରେ ରହିଥିବା ୩ଜଣ ଓ ମୋଟର ସାଇକଲରେ ଯୁବକ ମିଶି ପ୍ରଥମେ ଦୁଷ୍କର୍ମର ଅପଚେଷ୍ଟା କରିଥିଲେ । ଏଥିରେ ଅସଫଳ ହେବାପରେ ସେମାନେ ଉକ୍ତ ଛାତ୍ରୀଙ୍କର ଉଲଗ୍ନ ଭିଡିଓ ରେକର୍ଡିଂ କରିଥିଲେ। ସେମାନେ ଉଭୟଙ୍କୁ ଧମକ ଦେଇଥିଲେ ଯେ ଯଦି ସପ୍ତାହକ ଭିତରେ ୨୦ ହଜାର ଟଙ୍କା ନଦେବ ତେବେ ଏହି ଭିଡିଓକୁ ଭାଇରାଲ କରିଦିଆଯିବ।

ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏ ନେଇ ତାଳସାରି ସାମୁଦ୍ରିକ ଥାନାରେ ଏତଲା ଦିଆଯିବାପରେ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।ମିଳିଥିବା ସୂଚନା ଅନୁଯାୟୀ ପୁଲିସ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି। ସେମାନଙ୍କୁ ଧରିବାଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା କୁହାଯାଉଛି। ଏମାନଙ୍କ ଭିତରୁ ଜଣଙ୍କୁ ପୁଲିସ ଜଳେଶ୍ବର ଥାନାରେ ଅଟକ ରଖିଥିବା ଜଣାଯାଇଛି। ଜଳେଶ୍ବର ଏସଡିପିଓଙ୍କ ସୂଚନା ଅନୁଯାୟୀ ଉକ୍ତ ଅଭିଯୁକ୍ତଙ୍କୁ ଜେରା କରାଯାଉଛି।

By amfnews

Related Post