Thu. Jun 11th, 2026

ବଲାଙ୍ଗିର ବିଜୁ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

244 Views

ବଲାଙ୍ଗିର: ବଲାଙ୍ଗିରରେ ଗୁରୁବାର ବିଜୁ ଯୁବ ସମାବେଶରେ ଆୟୋଜିତ ହୋଇଛି। ଏହି ସମାବେଶରେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଏହି ସମାବଶେରେ ଯୁବକଙ୍କୁ ରାଜା ରାଜେନ୍ଦ୍ର ପ୍ରସାଦଙ୍କ ଭଳସେବାଭାବ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମାର୍ଶ ଦେଇଛନ୍ତି। ସେବା ଯୁବକଙ୍କ ପରିଚୟ ହେଉ, ସେବା ହେଉ ଓଡ଼ିଆ ଜାତିର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଆହ୍ଵାନ୍‌ ଦେଇଛନ୍ତି। ରାଜେନ୍ଦ୍ର କଲେକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଘୋଷଣା କରି ମୁଖ୍ୟମନ୍ତ୍ରୀଙ୍କ ବିଜେପି ଆଣୁଥିବା ଅଭିଯୋଗର କଡ଼ା ଜବାବ୍‌ ଦେଇଛନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି ।

ଅନ୍ୟପକ୍ଷରେ ବିଜେପି ଯୁବ ମୋର୍ଚ୍ଚା ବିଜେଡିର ବଲାଙ୍ଗୀର ସମାବେଶକୁ କାଉଣ୍ଟର କରିଥିଲା । ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଥିଲେ । ବଲାଙ୍ଗୀର ଯୁବକ ଯୁବତୀମାନଙ୍କ ରୋଜଗାର ପାଇଁ କ’ଣ କରିଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଥିଲା ବିଜେପି  ।

By amfnews

Related Post