Sun. Aug 16th, 2026

ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି

429 Views

ବଲାଙ୍ଗିର, ନଭେମ୍ବର ୨୧: ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ନେବାକୁ ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖା ଦେଇଛି। ୧୭ ବର୍ଷ ତଳେ ବଲାଙ୍ଗିର ବାଇପାସ୍‌ ରାସ୍ତାର ଶିଳାନ୍ୟାସ ହୋଇଥିଲା। କିନ୍ତୁ ଏଯାଏଁ କାମ ଆରମ୍ଭ ହେଇପାରିନି।


ଏବେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଏହାର ଶ୍ରେୟ ନେବା ପାଇଁ ଲଢ଼େଇ ଆରମ୍ଭ ହୋଇଯାଇଛି।


ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନଭେମ୍ବର ୬, ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ। ବଲାଙ୍ଗିର ବାଇପାସ୍‌ ରାସ୍ତାର ଜମି ଅଧିଗ୍ରହଣ ପାଇଁ କେନ୍ଦ୍ର ସଡ଼କ ପରିବହନ ବିଭାଗ ୧୯୦ କୋଟି ଟଙ୍କା ମଞ୍ଜୁର କରିଥିବା ଚିଠିରେ ଲେଖାଯାଇଛି। ଆଉ ଏହି ଚିଠି ପାଇଁ ବାଃ ବାଃ ନେବାକୁ ଜିଲ୍ଲା ବିଜେପି ଅଣ୍ଟା ଭିଡ଼ିଛି। ଜିଲ୍ଲା ବିଜେପି ନେତୃବୃନ୍ଦ ପ୍ରେସମିଟ୍ ଡାକି ବଲାଙ୍ଗିର ପାଇଁ ଏହା କେନ୍ଦ୍ରର ଦୀପାବଳି ଉପହାର ବୋଲି କହିବା ସହିତ ଦଳୀୟ ପୋଷ୍ଟର ଓ ବ୍ୟାନର ଛକ ଛକରେ ଛାଇଯାଇଛି।

By amfnews

Related Post