Sun. Sep 20th, 2026

ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ ନବରଙ୍ଗପୁରରେ ଆତ୍ମହତ୍ୟା କଲେ ମହିଳା ଚାଷୀ

295 Views

ନବରଙ୍ଗପୁର, ସେପ୍ଟେମ୍ବର ୦୮:

 କୃଷି ପ୍ରଧାନ ରାଜ୍ୟରେ ପୁଣି ଥରେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏଥର ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ଚାଷୀ ଆତ୍ମହତ୍ୟା କରିଛନ୍ତି।ବର୍ଷାରେ ଚାଷ ନଷ୍ଟ ହେବାରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସଂପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

ଅଭିଯୋଗନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ଆଉଁଳିମା ଗାଁର ଚାଷୀ ପଦ୍ମାବତୀ ମୁଦୁଲି ଏକ ଘରୋଇ ସଂସ୍ଥା ଠାରୁ ଋଣ ଆଣି ୨ ଏକର ଜମିରେ ଚାଷ କରିଥିଲେ। ମାତ୍ର ଅତ୍ୟଧିକ ବର୍ଷା ହେବାରୁ ଫସଲ ସବୁ ନଷ୍ଟ ହୋଇଯାଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ପଦ୍ମାବତୀ। ଏହି କାରଣରୁ ଗତକାଲି ସେ ବିଷ ପିଇଦେଇଥିଲେ ବୋଲି ପଦ୍ମାବତୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

By amfnews

Related Post