Fri. Aug 21st, 2026

ବର୍ଷା, ବରଫପାତ: ହିମାଚଳ ପ୍ରଦେଶରେ ଆଇଆଇଟିର ୩୫ ଛାତ୍ର ନିଖୋଜ ଆଶଙ୍କା

244 Views

ଶିମଲା : ହିମାଚଳପ୍ରଦେଶର ପାର୍ବତ୍ୟାଞ୍ଚଳ ଲୁହାଉଲଓ ସ୍ପିତିକୁ ଟ୍ରେକିଂଂରେ ଯାଇଥିବା ରୁର୍‌କୀ ଆଇଆଇଟିର ୩୫ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛିି। ମୋଟ୍‌ ୪୫ ଜଣ ନିଖୋଜଙ୍କ ମଧ୍ୟରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି, ରୁର୍‌କୀର ଏହି ୩୫ ଜଣ ଛାତ୍ର ଥିବା କୁହାଯାଉଛି।
ଟ୍ରେକିଂ ପାଇଁ ଯାଇଥିବା ଗ୍ରୁପ୍‌ରେ ଥିବା ଜଣେ ଛାତ୍ରଙ୍କ ବାପା ରାଜବୀର ସିଂହ ଙ୍କ କହିବା ଅନୁଯାୟ, ଏହି ଛାତ୍ରମାନେ କୁଲୁ ନିକଟ ହାମ୍ପତା ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିଲେ। ସେମାନେ ସେଠାରୁ ମନାଲିକୁ ଫେରିବା କଥା। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ଗ୍ରୁପ୍‌ ସହିତ କୌଣସି ଯୋଗାଯୋଗ ହୋଇ ପାରୁ ନ ଥିବା ରାଜବୀର ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରବଳ ବରଫାପାତ ସହିତ ବର୍ଷା ଯୋଗୁଁ ହିମାଚଳପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଅତି କମ୍‌ରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଊର୍ଧ୍ୱ ଲୋକ ବିଭିନ୍ନ ସ୍ଥାନରେ ଫସିି ରହିଯାଇଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ କୁଲୁ ଡେପୁଟି କମିସନର ୟୁନୁସ କହିଛନ୍ତି ଯେ ରୁର୍‌କୀ ଆଇଆଇଟିର ୩୫ ଛାତ୍ର ନିଖୋଜ ଥିବା ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନାହିଁ। ସେମାନେ ହୁଏତ ଖୋକ୍‌ସରେ ଠାରେ ଫସି ରହି ଯାଇଥିିବା ଲୋକଙ୍କ ସହିତ ଅଛନ୍ତି। ତେବେ ହାମ୍ପତାରେ କେହି ଫସି ରହି ନାହାଁନ୍ତି ବୋଲି ଡେପୁଟି କମିସନର ୟୁନୁସ କହିଛନ୍ତି।

By amfnews

Related Post