Sat. May 16th, 2026

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

425 Views

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ  ଶତପଥୀଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ ଦିଲ୍ଲୀପ ଶତପଥୀ  ବୃତ୍ତିଗତ ସ୍ତରରେ ଉଚ୍ଚସ୍ତରୀୟ ପ୍ରବୀଣ ସାମ୍ବାଦିକ ଥିଲେ। ବିଜିନେସ୍ ଷ୍ଟାଣ୍ଡାର୍ଡ ସମେତ ବିଭିନ୍ନ ମିଡିଆ ହାଉସରେ ନିଜର କାର୍ଯ୍ୟକାଳରେ ଉପଯୁକ୍ତ ପରିପ୍ରେକ୍ଷୀରେ ଉତ୍ତମ କୌଶଳ ଏବଂ ଉଲ୍ଲେଖନୀୟ ବୁଦ୍ଧିମତାର ପ୍ରଦର୍ଶନ କରିଥିଲେ। ତାଙ୍କର ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ବଡ଼ କ୍ଷତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦିଲ୍ଲୀପ ଶତପଥୀଙ୍କ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Naveen Patnaik

@Naveen_Odisha

ବିଶିଷ୍ଟ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

କଟକର ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଶତପଥୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ପ୍ରକାଶିତ ଇଂରାଜି ଦୈନିକ ସମ୍ବାଦପତ୍ର ‘ସନ୍ଟାଇମ୍ସ’ରୁ ନିଜର ସାମ୍ବାଦିକତା କ୍ୟାରିୟର୍ ଆରମ୍ଭ କରିଥିଲେ। ଏହାପରେ ସେ ଇଂରାଜୀ ବାଣିଜ୍ୟ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡରେ ଯୋଗ ଦେଇଥିଲେ। ଅର୍ଥନୀତି ଓ ବ୍ୟବସାୟ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଗଭୀର ଦକ୍ଷତା ଥିଲା।

By amfnews

Related Post