Wed. Sep 30th, 2026

ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

398 Views

ଭୁବନେଶ୍ୱର  : ବର୍ଷୀୟାନ ସାମ୍ବାଦିକ ଦିଲୀପ ଶତପଥୀଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଏଥିଯୋଗୁ ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ। ଗତ ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶା ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ ସେ ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟ କରୁଥିଲେ । ତାଙ୍କ ନିଆରା ଓ ଅମାୟିକ ବ୍ୟକ୍ତିତ୍ୱ ଯୋଗୁ ସେ ଖୁବ୍‌ ଲୋକପ୍ରିୟ ହୋଇପାରିଥିଲେ । ଅବେଳରେ ତାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି।

By amfnews

Related Post