Sun. Jul 12th, 2026

ବରିଷ୍ଠ କଂଗ୍ରେସ ନେତା  ଶ୍ରୀ ସମରା ଖିଲଙ୍କ ପରଲୋକ 

262 Views

ବରିଷ୍ଠ କଂଗ୍ରେସ ନେତା ସେମିଲିଗୁଡ଼ା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ କ୍ରମାଗତ ୨୫ବର୍ଷରୁ ଅଧିକ ସମୟ ଧରି ବ୍ଲକ କଂଗ୍ରେସ ସଭାପତି ଦାୟିତ୍ୱ ନେଇ କଂଗ୍ରେସ ସଂଘଠନ କୁ ଦୃଢ଼ୀଭୂତ କରିଥିବା ବର୍ଷିୟାନ କଂଗ୍ରେସ ନେତା ଶ୍ରୀ ସମରା ଖିଲ ଆଜି ସନ୍ଧ୍ୟାରେ ସୁବାଇ ସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରି ଛନ୍ତି। ତାଙ୍କର ବିୟୋଗରେ କଂଗ୍ରେସ ଦଳ ତଥା ସେମିଳିଗୁଡ଼ା ବ୍ଲକର ଏକ ବଡ କ୍ଷତି ହୋଇଛି।
ସେ ଜଣେ ମିଷ୍ଟବାସୀ ପରପୋକରି ନେତା ଥିଲେ।ତାଙ୍କର ମୃତ୍ୟୁ ରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତୀ ମୀନାକ୍ଷୀ ବାହିନୀପତି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ ପୁର୍ବତନ ବିଧାୟିକା ଶ୍ରୀମତୀ ଚନ୍ଦ୍ରମା ସନ୍ତା ପଟ୍ଟାଙ୍ଗି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନୃସିଂହ ନାଥ ବେହେରା ଶୁକ୍ରା ଖରା ସେମିଳିଗୁଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଜଗତ ରାୟ ଖିନବୁଡି ସନିଆ ମଝି ନନ୍ଦପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଗୋପାଳ ମାଟାମ କାମେଶ କାମୁଡି ପ୍ରଦେଶ କଂଗ୍ରେସ ସଭ୍ୟ ଶ୍ରୀ ଗୁପ୍ତ ଶଙ୍କର ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କର ମୃତ୍ୟୁ ଆମ ପାଇଁ ଅପୁରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ଶୋକ ସଂତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।.

By amfnews

Related Post