Wed. Sep 16th, 2026

ବନ୍ୟା ସମୟରେ ବିପନ୍ନଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

279 Views

ନବରଙ୍ଗପୁର : ସାଧାରଣତଃ ଆମେ ଦେଖିଥାଉ, ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସମୟରେ ପ୍ରଶାସନିକ ଅଧିକାରୀ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚନ୍ତି ନାହିଁ। ଏଥିଯୋଗୁ ସେମାନେ ବହୁ ସମାଲୋଚନାର ଶିକାର ହୋଇଥାନ୍ତି।

କିନ୍ତୁ ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ଜିଲାର ବହୁ ଅଞ୍ଚଳ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଏପରି ସ୍ଥିତିରେ ଜଳବନ୍ଦୀ ହୋଇ ରହିଛନ୍ତି ହଜାର ହଜାର ଲୋକ।  କିନ୍ତୁ ବିପଦସଙ୍କୁଳ ଭାବେ ପାଣିରେ ପଶି ବିପନ୍ନଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରଶାସନିକ ଅଧିକାରୀ।

ଜିଲାର  ବହୁ ରାସ୍ତା ଧୋଇ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ  ପୋଲ ଉପରେ ଚାଲୁଛି ପାଣି।  ଏହା ମଧ୍ୟରେ  କୋଷାଗୁମୁଡ଼ା ବ୍ଲକର ୩ଟି ପଞ୍ଚାୟତର ଲୋକେ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି।

ସେମାନଙ୍କୁ ଉଦ୍ଧାର କରିବା ସହ  ରିଲିଫ ସାମଗ୍ରୀ ବଣ୍ଟନରେ ଲାଗି ପଡ଼ିଛି ପ୍ରଶାସନ।  କୋଷାଗୁମୁଡ଼ା ବ୍ଳକର ବହୁ ପ୍ରଶାସନିକ ଅଧିକାରୀ ବିପଦସଙ୍କୁଳ ଅବସ୍ଥାରେ ବିପନ୍ନଙ୍କ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଓଡ୍ରାଫ ଟିମ୍  ସହ କୋଷାଗୁମୁଡ଼ା ବିଡିଓ ଶାନ୍ତିପ୍ରଭା ପ୍ରଧାନ  ଓ ତହସିଲଦାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି  । ବିଳମ୍ବିତ ରାତି ପର୍ଯ୍ୟନ୍ତ  ସେମାନେ ପ୍ରଭାବିତ ଅଞ୍ଚଳ ବୁଲି  ଉଦ୍ଧର କାର୍ଯ୍ୟର ତଦାରଖ କରିଥିଲେ।  ଏଥିଯୋଗୁ ଚାରି ଆଡ଼ୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଛି ।

By amfnews

Related Post