Tue. Sep 29th, 2026

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍

261 Views

ସମ୍ୱଲପୁର  :  ଆଜି ହୀରାକୁଦ ଡ୍ୟାମର ୧୦ ଟି ଗେଟ୍ ବନ୍ଦ କରି ଦିଆଯାଇଛି।  ଏବେ ଆଉ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୬ଟି ଗେଟ ଖୋଲାଯାଇଥିଲା। ଏହାପରେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ତେବେ ଗତ ବୁଧବାର ଦିନ ସାଢ଼େ ଏଗାରଟା ବେଳେ ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ ଖୋଲା ଯାଇଥିଲା। ଏହି ଗେଟ୍‌ ଦ୍ୱାରା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ହେଲେ ଉକ୍ତ ଦିନ  ଅପରାହ୍ନ ୨ଟା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା।

ଚଳିତ ଥର ହୀରାକୁଦ ପାଣି ଛଡ଼ା ହେବା ଦ୍ୱାରା ବନ୍ୟାର କୌଣସି ଆଶଙ୍କା ଦେଖାଯାଇ ନାହିଁ । ହେଲେ ନଦୀ କୂଳବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ପର୍ଯ୍ୟାପ୍ତ ପରିମାଣର ରିଲିଫ୍‌ ସାମଗ୍ରୀ ମହଜୁଦ ରଖିବାକୁ ସେମାନଙ୍କୁ କୁହାଯାଇଛି।

 

By amfnews

Related Post