Sun. Sep 13th, 2026

ବଦଳିଲା କାନ୍ତ ପ୍ରସାଦଙ୍କ ଭାଗ୍ୟ :’ବାବା କା ଢାବା’ରୁ ରେସ୍ତୋରାଁର ମାଲିକ

971 Views

ଦିଲ୍ଲୀ,ଡିସେମ୍ବର 22 : ପ୍ରସିଦ୍ଧ ‘ବାବା କା ଢାବା’ କୁ ନେଇ ୟୁଟୁବ୍ ରୁ ରାତାରାତି ଫେମସ୍ ହୋଇଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦ ସୋମବାର ମାଲଭିଆ ନଗରରେ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ମହାମାରୀ ହେତୁ ଗ୍ରାହକଙ୍କ ଅଭାବକୁ ନେଇ ଅଭିଯୋଗ ଆଣିଥିଲେ।

ଭିଡିଓ ଭାଇରାଲ ହେବା ସହ ଅନେକ ଲୋକ ଟଙ୍କା ଦାନ କରି ଢାବା ପରିଦର୍ଶନ କରିଥିଲେ। “ଟଙ୍କା ଦାନ କରିଥିବା ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ରେଷ୍ଟୁରାଣ୍ଟ ଟିକିଏ ଅଲଗା ହେବାକୁ ଯାଉଛି ବୋଲି କହିଛନ୍ତି କାନ୍ତ ପ୍ରସାଦ। ଏହା ଯୋଗୁ ଅଧିକ ଲୋକ ଏଠାକୁ ଆସି ବସି ବସି ଖାଦ୍ୟ ଉପଭୋଗ କରିପାରିବେ।

ଏଥିପାଇଁ କାନ୍ତ ପ୍ରସାଦ ବର୍ତ୍ତମାନ ଦୁଇଜଣ ରୋଷେୟାଙ୍କୁ ନିଯୁକ୍ତି ଦେଇଛନ୍ତି। ଆମେ ଭାରତୀୟ ଏବଂ ଚାଇନାର ଖାଦ୍ୟ ପ୍ରସ୍ତୁତ କରିବୁ ବୋଲି ପ୍ରସାଦ କହିଛନ୍ତି। ବୁଧବାର ଠାରୁ ଗ୍ରାହକଙ୍କ ପାଇଁ ସେବା ଆରମ୍ଭ ହେବ। ଡେଲିଭରି ଏବଂ ଭୋଜନ ବିକଳ୍ପ ପାଇଁ ନୂଆ ରୋଷେଇ ଘର ସ୍ଥାପନ କରିବେ ବୋଲି ସେ କହିଛନ୍ତି।

By amfnews

Related Post