Thu. Jul 2nd, 2026

ବଦଳିବ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଶୈଳୀ

215 Views

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଶ୍ଳେଷଣ କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ସିବିଏସଇ ବୋର୍ଡ। ଏଥିପାଇଁ ୨୦୨୩ରେ ଦେଶରେ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ବୋର୍ଡର ପରୀକ୍ଷା ଶୈଳୀରେ ପରିବର୍ତ୍ତନ କରାଯିବ। ସିବିଏସଏଇର ସଚିବ ଅନୁରାଗ ତ୍ରିପାଠୀ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ (ଏସଓଚେମ) ଦ୍ୱାରା ଆୟୋଜିତ ଶୀଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ଏହା କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ୧୦ମ ପରୀକ୍ଷାରେ ୨୦ ପ୍ରତିଶତ ଅବଜେକଟିଭ ପ୍ରଶ୍ନ ପଡ଼ୁଥିବା ବେଳେ ୧୦ ପ୍ରତିଶତ ସୃଜନଶୀଳ ପ୍ରଶ୍ନ ରହିଛି। ୨୦୨୩ରେ କିନ୍ତୁ ୧୦ମ ଏବଂ ଦ୍ୱାଦଶ ପରୀକ୍ଷାରେ ପ୍ରଶ୍ନ ପତ୍ରଗୁଡ଼ିକ ବିଶ୍ଳେଷଣ, ଦୀର୍ଘ ରଚନାତ୍ମକ ଓ ଆଲୋଚନାମୂଳକ ରହିବ। ଦେଶରେ ଯେଉଁ ଶିକ୍ଷାର ଶୈଳୀ ରହିଛି ସେଥିରେ ବ୍ୟବସାୟିକ ବିଷୟବସ୍ତୁ ସେତେଟା ନାହିଁ। ତେଣୁ ଆଗାମୀ ଦିନରେ ବ୍ୟବସାୟ ସମ୍ପର୍କିତ ବିଷୟ ବସ୍ତୁ ପାଠ୍ୟକ୍ରମରେ ଯୋଡ଼ିହେବ। ଫଳରେ ଦେଶରେ ଦେଖାଦେଇଥିବା ବେରୋଜଗାର, ବଜାରରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି।

By amfnews

Related Post