Mon. Aug 24th, 2026

ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ 4 ଦିନ ବନ୍ଦ ରହିବ ଭିସୁଟ୍ କ୍ୟାମ୍ପସ୍

232 Views

ସମ୍ୱଲପୁର, ସେପ୍ଟେମ୍ବର ୨୬ : ଭିସୁଟରେ ବଢୁଥିବା କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୮ ଏବଂ ୨୯ ତାରିଖ ଦିନ କ୍ୟାମ୍ପସ୍ ବନ୍ଦ କରିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଏବଂ ରବିବାର ଦିନ ଭିସୁଟ୍ ବନ୍ଦ ରହୁଥିବା ବେଳେ ଏହାକୁ ମିଶାଇ ୪ଦିନ ବନ୍ଦ ରହିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ମୁତାବକ ଗତ ୨୩ ତାରିଖ ଦିନ ଇଲେକ୍ଟକ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗର ଜଣେ ସହଯୋଗୀ ପ୍ରଫେସର କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଏହି ଚାରିଦିନ କ୍ୟାମ୍ପସ ପରିସରକୁ ସାନିଟାଇଜେସନ କରିବା ପାଇଁ ବନ୍ଦ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଅଧ୍ୟାପକମାନେ ନିଜ ଘରୁ ଅନଲାଇନ୍‌ କ୍ଲାସ୍ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।

By amfnews

Related Post