Fri. Apr 24th, 2026

ବଜେଟ୍ ଆଗତ କରିବା ସମୟରେ ପୀୟୂଷ ଗୋୟଲ କହିଲେ ଏହି ସିନେମାର ଦମଦାର୍‌ ସଂଳାପ

247 Views

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ କରିବା ସମୟରେ ନିକଟରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମର ଏକ ସଂଳାପ କହି ସମସ୍ତଙ୍କୁ ଆମୋଦିତ କରିଛନ୍ତି। ସେ ଭିକି କୌଶଲ ଏବଂ ୟାମୀ ଗୌତମଙ୍କ ଅଭିନୀତ ‘ଉରି’ ସିନେମାର ଦମଦାର୍‌ ସଂଳାପ ‘ How is the josh’ ବୋଲି କହିଥିଲେଏହାର ଉତ୍ତରରେ ଶୁଣିବାକୁ ମିଳିଥିଲା ‘ high sir’। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆହୁରି କହିଥିଲେ ଯେ ସେ ଜାଣନ୍ତି ନାହିଁ କେହି ‘ଉରି’ ସିନେମା ଦେଖିବାର ସୁଯୋଗ ପାଇଛନ୍ତି କି ନା, ହେଲେ ତାଙ୍କୁ ଏହି ସୌଭାଗ୍ୟ ମିଳିଛି।

ସେ କହିଥିଲେ ଯେ ଖଚାଖଚ୍‌ ଦର୍ଶକଙ୍କ ଭିତରେ ବସି ଖୁବ୍‌ ଯୋଶରେ ଏହି ସିନେମା ଦେଖିଥିଲେ । ଏହି ସିନେମାରେ ଥିବା ସଂଳାପ ‘ How is the josh’ ସୈନିକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଅଭିନେତା ଭିକି କୌଶଲ।

By amfnews

Related Post