Fri. Apr 24th, 2026

ଫେସ୍‌ବୁକ୍‌ରେ ପ୍ରେମିକାର ଫଟୋ ପୋଷ୍ଟ୍‍ କରିବାରୁ ପ୍ରେମିକକୁ ହତ୍ୟା କଲେ ପ୍ରେମିକାର ଘରଲୋକ

155 Views

ଲକ୍ଷ୍ନୌ : ଫେସ୍‌ବୁକ୍‌ରେ ପ୍ରେମିକାର ଫଟୋ ପୋଷ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି।ଏହି ଘଟଣାଟି ହେଉଛି ଉତ୍ତର ପ୍ରଦେଶର ହରଦୋଇର ଶୋହାବାଦ ଅଞ୍ଚଳର, ଯେଉଁଠାରେ କି ପ୍ରେମିକାର ଫଟୋ ପୋଷ୍ଟ୍‍ କରିବା କାରଣକୁ ନେଇ ପ୍ରେମିକାର ଘରଲୋକ ପ୍ରେମିକ ହେମନ୍ତ ମିଶ୍ର(୨୧)ଙ୍କ ଉପରେ କ୍ଷୁବ୍ଧ ହୋଇ ତାଙ୍କୁ ହତ୍ୟା କରିଛନ୍ତି। ଏଥିସହିତ ସେମାନେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ମୃତକ ଯୁବକଙ୍କର ଶବକୁ ହରଦୋଇର ଆଞ୍ଚି ଷ୍ଟେସନଠାରୁ କିଛି ଦୂରରେ ଥିବା ରେଳଲାଇନ୍‌ରେ ଫିଙ୍ଗି ଦେଇଥିଲେ।

ଘଟଣାଟି ସେତିକିବେଳେ ସାମ୍ନାକୁ ଆସିଲା,ଯେତେବେଳେ କି ମୃତ ହେମନ୍ତଙ୍କ ପରିବାର ଲୋକେ ରେଳ ଲାଇନ୍‌ରେ ହେମନ୍ତର ହାତବନ୍ଧାଥିବା ଶବକୁ ଦେଖିଲେ। ଏହାପରେ ହେମନ୍ତଙ୍କ ପରିବାର ଏହା ଦୁର୍ଘଟଣା ନୁହେଁ ବରଂ ତାକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରି ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଏନେଇ ତଦନ୍ତ କରିବାପରେ ପ୍ରେମିକାର ପିତା ଦିିନେଶ୍‌ ରାଠୋର୍‌,ଦାଦା ସୁରେଶ ରାଠୋର୍‌ ଏବଂ ଭାଇ ବିବେକ ଓ ଅଭିଷେକ ରାଠୋର ଆଦି ୪ଜଣଙ୍କୁ ଗିରଫ କରିଛି।

ଏନେଇ ଏସ୍‌ପି ଆଲୋକ ପ୍ରିୟଦର୍ଶୀ କହିଛନ୍ତି ଯେ ମୃତକ ହେମନ୍ତଙ୍କର ଅଭିଯୁକ୍ତଙ୍କ ଝିଅ ସହିତ ପ୍ରେମ ସଂପର୍କ ଥିଲା। ତେବେ ମୃତକ ହେମନ୍ତ ପ୍ରେମିକାର ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିବା କାରଣରୁ ପ୍ରେମିକାର ପରିବାର ଯୁବକଙ୍କ ଉପରେ ରାଗିଯାଇ ସନ୍ଧ୍ୟା ସମୟରେ ସେମାନେ ହେମନ୍ତଙ୍କୁ ହତ୍ୟା କରିଥିଲେ।ପୁଲିସ୍‌ ଘଟଣାସ୍ଥଳରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ବାଡ଼ି ଓ ଠେଙ୍ଗାକୁ ଜବତ କରିଥିବା ସୂଚନା ମିଳିଛି।

By amfnews

Related Post