Sat. Aug 29th, 2026

ଫେବୃଆରୀ ୧୮ରୁ ଆରମ୍ଭ ହେବ ଖଣ୍ଡଗିରି ମେଳା, ଯୋରସୋର ରେ ଚାଲିଛି ପ୍ରସ୍ତୁତି

448 Views

ଭୁବନେଶ୍ୱର, ଜାନୁଆରୀ ୨୯ :ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଯାହାକୁ ଦୃଷ୍ଟି ଏବେ ରାଜ୍ୟରେ ସବୁ ସାଂସ୍କୃତିକ ଓ ଅନ୍ୟାନ କାର୍ଯ୍ୟକ୍ରମ ଗୁଡିକୁ ଅନୁମତି ମିଳୁଛି । ଚଳିତ ବର୍ଷ ବି କରୋନର ପ୍ରକୋପ ରହିଛି ଏବଂ କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଆୟୋଜିତ ହେଉଥିବା ମେଳା ଗୁଡିକୁ ଅନୁମତି ମିଳିବ କି ନାହିଁ ତାହା ଦ୍ୱନ୍ଦ ଭିତରେ ଥିଲା ମାତ୍ର ରାଜ୍ୟ ସରକାର ସବୁ ବଡ ବଡ ମେଳା ଗୁଡିକୁ ଅନୁମତି ଦେଇଛନ୍ତି ଏବଂ ବର୍ତମାନ ଅନେକ ଛୋଟ ବଡ ମେଳା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ।

ତେବେ ଏ ସବୁ ଭିତରେ ଖଣ୍ଡଗିରି କୁମ୍ଭମେଳା ପାଇଁ ମଧ୍ୟ ରାସ୍ତା ସଫା ହୋଇଛି । ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳା ଫେବୃଆରୀ ୧୮ ରୁ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ଏବେଠାରୁ ଯୋରସୋରରେ ପ୍ରସ୍ତୁତି ଚାଲିଛି । ବିଏମସି ପକ୍ଷରୁ ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ସ ମଧ୍ୟ ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ଯାତ୍ରା ପାଇଁ ବି ଅନୁମତି ମିଳିଥିବା ସୂଚନା ମିଳିଛି ।

ତେବେ କରୋନା କଟକଣା ମଧ୍ୟରେ କେଉଁଭଳି ଖଣ୍ଡଗିିରି ମେଳା ଆୟୋଜିତ ହେବ, କିଭଳି ଷ୍ଟଲ ଗୁଡିବ ଆବଣ୍ଟନ କରାଯିବ, ପାକିଂ, ଯାତ୍ରା ପେଣ୍ଡାଲର ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ ରେ କିପରି ସବୁ କିଛି ସୁରଖୁରୁରେ ହୋଇ ପାରିବ ସେ ନେଇ ବିଏମସି ପକ୍ଷରୁ ଆଗକୁ ବୈଠକରେ ନିଷ୍ପତି ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

By amfnews

Related Post