Fri. Oct 16th, 2026

ଫାଇଭ୍ ଟି ସଚିବଙ୍କ ଗସ୍ତପରେ ନିଲମ୍ବିତ ହେଲେ ଭାରପ୍ରାପ୍ତ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ନିଲମ୍ବିତ, ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ

302 Views

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ପାଣ୍ଡିଆନ୍ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ବୁଲିବା ସହ ବିଭିନ୍ନ ୱାର୍ଡ ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ । ଏଥିରେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

ତେବେ ଏହି ସମୟରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ କେତେକ ତ୍ରୁଟି ଥିବା ଦେଖି ବିରକ୍ତ ହୋଇଥିଲେ ବୋଲି କୁହାଯାଉଛି।ଏହାପରେ ଭାରପ୍ରାପ୍ତ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ଜଣାଯାଇଛି। ଏହାଛଡ଼ା ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି ହୋଇଥିବା ଜଣାଯାଇଛି। ଏହାପରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଅଭିମୁଖେ  ଯାତ୍ରା କରିଥିବା ଜଣାଯାଇଛି।

By amfnews

Related Post