Tue. Sep 29th, 2026

ପଡ଼ୋଶୀ ରାଜ୍ୟରେ ପାଦ ରଖିବି ନାହିଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମ୍ରିନ୍ଦର କହିବାର ପରଦିନ ପାକିସ୍ତାନ ଗଲେ ସିଦ୍ଧୁ

499 Views

ଅମୃତସର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଅୟୋଜନ କରିଥିବା କର୍ତାରପୁର ସାହିବ ଗୁରୁଦ୍ୱାର କରିଡର ଉତ୍ସବରେ ଯୋଗ ଦେବା ପାଇଁ ପଞ୍ଜାବର ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ମଙ୍ଗଳବାର ପାକିସ୍ତାନର ଲାହୋରଠାରେ ପହଞ୍ଚିଛନ୍ତି। ସୋମବାର ଗୁରୁଦାସପୁରଠାରେ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହଙ୍କ ଦ୍ୱାରା କର୍ତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ରହି ପାରିନଥିଲେ ନବଜୋତ୍‌ ସିଂହ।

ସିଦ୍ଧୁ ଉତ୍ସବରେ ଯୋଗ ଦେଇ ମଙ୍ଗଳବାର କହିଛନ୍ତି କି ‘ଶିଖ୍‌ ସଂପ୍ରଦାୟ ଲୋକଙ୍କୁ ଦୀର୍ଘ ସମୟ ଧରି ଗୁରୁଦ୍ୱାର ଦରବାର ସିହିବ୍‌ କର୍ତ୍ତରପୁରରେ ପୂଜା କରିବାର ଅଧିକାରକୁ ଅସ୍ୱୀକାର କରି ଦିଆଯାଇଛି। ମୋତେ ଲାଗୁଛି ଏହି କରିଡର ଏକ ପୋଲ ହେବ, ଯାହାକୁ ସବୁ ଶତ୍ରୁତା ଲିଭାଇ ଦେବ। ଏହା ଜଣେ ଲୋକଙ୍କୁ ଆଉ ଜଣେ ଯୋଗ ସହ ସଂଯୋଗ କରାଇବାର ଓ ଶାନ୍ତି ବଢ଼ାଇବ। ଏହି କରିଡର ଶାନ୍ତି, ସମୃଦ୍ଧି ସହ ବ୍ୟବସାୟିକ ସଂପର୍କ ବି ଯୋଡ଼ିବ।’

ଉଲ୍ଳେଖଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହ କହିଥିଲେ କି ଯେଉଁ ପଡ଼ୋଶୀ ରାଷ୍ଟ୍ର ପାଇଁ ସୀମାରେ ନିରୀହ ଯବାନଙ୍କ ଜୀବନ ଯାଉଛି ସେଠାକୁ ସେ ଯିବେ ନାହିଁ। ସେ ଆହୁରି ବି କହିଥିଲେ କି ଜଣେ ସୈନିକ ହୋଇଥିବା ହେତୁ ସୀମାରେ ନିରୀହ ଭାରତୀୟଙ୍କ ନିହତକୁ ମୁଁ ସହ୍ୟ କରିପାରିବି ନାହିଁ। ଅମ୍ରିନ୍ଦର ସିଂହ ଏପରି ବୟାନ ଦେବାର ଠିକ ପରଦିନ କ୍ରିକେଟର୍‌ ଟର୍ଣ୍ଣର୍ଡ ରାଜନେତା ସିନ୍ଧୁ ପାକିସ୍ଥାନରେ ପାଦ ରଖିଛନ୍ତିି। ପାକିସ୍ତାନ ଯିବା ନେଇ ସିଦ୍ଧୁ କହିଛନ୍ତି କି ପାକିସ୍ତାନରୁ ତାଙ୍କ ନିକଟକୁ ନିମନ୍ତ୍ରଣ ଆସିଥିଲା। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇ ସେଠାକୁ ଯିବା ନିଷ୍ପତ୍ତି ନେଇଥିଲେ।

By amfnews

Related Post