Sun. Sep 6th, 2026

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲ, ଛାଡ଼ିଲେ କାହିଁକି?

236 Views

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ଜମୁଛି ପ୍ରଚାର ମୈଦାନ। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡି ଓ ବିଜେପିର ହେଭିୱେଟ୍ ନେତାମାନେ ସେଠାରେ ଡେରା ପକାଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ବିଜେପୁରରେ ରୋଡ୍ ଶୋ’ କରୁଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରାଲି ଏବଂ ସଭା କରୁଛନ୍ତି। ତେବେ ଏହି ପ୍ରଚାର ଭିତରେ ବିଜେପୁର ବିକାଶ ନେଇ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଯାହା ଉତ୍ତର ସେ ପାଇନଥିବା ଆଜି କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ପଶ୍ଚିମ ଓଡ଼ିଶାର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେପୁରରୁ ପ୍ରାର୍ଥୀ କରିଥିଲେ। ହେଲେ ସେ କାହିଁକି ବିଜେପୁର ଛାଡ଼ି ଚାଲିଗଲେ? ଏହା ଉତ୍ତର ପ୍ରସନ୍ନ ଆଚାର୍ଯ୍ୟ ଦେଉ ନାହାନ୍ତି। ମାତ୍ର ବିଜେପୁରବାସୀ ଆସନ୍ତା ୨୧ ତାରିଖରେ ଏହାର ଉତ୍ତର ଦେବେ।”

ସେ ଆହୁରି କହିଛନ୍ତି, “ଓଡ଼ିଶାରେ କଂଗ୍ରେସ ନାହିଁ। ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି। ବିଜେପୁରରେ ସତମିଛର ଲଢ଼େଇ ହେବ ଆଉ ସତ୍ୟର ବିଜୟ ହେବ।”

By amfnews

Related Post