Tue. Aug 11th, 2026

ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

318 Views

ଭୁବନେଶ୍ୱର : ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଆୟୋଜିତ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୩୦ ଲକ୍ଷ ୯୫ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ଦେଶର ଯୁବସମାଜ ପାଇଁ ସେ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି। ନିକଟରେ ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର ମିଳିବା ସହିତ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ମିଳିଛି। ଆଗାମୀ ଦିନରେ ପାରା ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ନେଇ ଲକ୍ଷ୍ୟ ରଖିଥିବା ପ୍ରମୋଦ କହିଛନ୍ତି।

By amfnews

Related Post