Sat. Jul 25th, 2026

ପ୍ରବଳ ବର୍ଷାରେ ବେହାଲ ମଧ୍ୟପ୍ରଦେଶ; ଘରେ ପଶିଲା ପାଣି, ସ୍କୁଲ-କଲେଜ ବନ୍ଦ

287 Views

ନୂଆଦିଲ୍ଲୀ  : ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ମଧ୍ୟପ୍ରଦେଶର ଅବସ୍ଥା ବେହାଲ ହୋଇପଡ଼ିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭୋପାଳ ଓ ଭିଦିସା ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଛି। ମଣ୍ଡଳା ଜିଲ୍ଲାରେ ୧୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବର୍ଷା ଯୋଗୁ ବରଗୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମର ୨୧ଟି ଗେଟ୍‌ ଖୋଲି ଦିଆଯାଇଛି। ତେବେ ଆସନ୍ତା ୩ରୁ ୪ ଦିନ ଯାଏ  ସମଗ୍ର ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଏଥିଯୋଗୁ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି।  ଭୋପାଳ ସମେତ କିଛି ଜିଲ୍ଲାରେ ଆଜି ସ୍କୁଲ-କଲେଜ ରହିଛି।

ଭୋପାଳ ସହିତ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବେଶ୍‌ ପ୍ରଭାବିତ ହୋଇଛି। ଏଥିସହ ତଳିଆ ଅଞ୍ଚଳରେ ପାଣି ପଶି ଯିବାରୁ ଗମନାଗମନ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ରାଜ୍ୟର ଲୋକ ସମ୍ପର୍କ ମନ୍ତ୍ରୀ  ପି.ସି ଶର୍ମା ପ୍ରଭାବିତ ଅଞ୍ଚଳ ଗସ୍ତ କରି  କ୍ଷୟକ୍ଷତି ବୁଲି ଦେଖିଛନ୍ତି । ଏଥିସହ ପ୍ରଭାବିତ ପରିବାର ସଦସ୍ୟଙ୍କୁ  ଖାଦ୍ୟପାନୀୟ ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ମନ୍ତ୍ରୀ ପି.ସି ଶର୍ମା  ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post