Sun. Oct 18th, 2026

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୧୦ ଘଣ୍ଟାର ଜେରାପରେ ସିବିଆଇ ଅଦାଲତରେ ହାଜର ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡଡା

247 Views

ଚଣ୍ଡୀଗଡ଼ : ମାନେସର ଜମି ଦୁର୍ନୀତି ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡଡାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ଗତକାଲି ୧୦ ଘଣ୍ଟା ଧରି ଜେରା କରାଯାଇଛି। ଚଣ୍ଡୀଗଡ଼ ସ୍ଥିତ ଇଡି କାର୍ଯ୍ୟାଳୟରେ ତଦନ୍ତ କରୁଥିବା ଅଧିକାରୀ ଏହି ଜେରା କରିଛନ୍ତି। ଏହା ପୂର୍ବରୁ ଗତ ୨୩ ତାରିଖରେ ମନିଲଣ୍ଡ୍ରିଙ୍ଗ ପ୍ରସଙ୍ଗରେ କଂଗ୍ରେସ ନେତା ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡଡା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଇଡି।

ଏହି ମାମଲା ନେସନାଲ ହେରାଲ୍ଡ ସମ୍ବାଦପତ୍ରର ପ୍ରକାଶକଙ୍କୁ ବଣ୍ଟନ କରାଯାଇଥିବା ଏକ ପ୍ଲଟ୍‌ ମାମଲା ସହ ଜଡ଼ିତ। ଏହି ବଣ୍ଟନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ଏହି ପ୍ଲଟର ବଣ୍ଟନ ୨୦୦୫ରେ ହୁଡ୍ଡାଙ୍କ ନେତୃତ୍ୱରେ ଗଠିତ କଂଗ୍ରେସ ସରକାର କ୍ଷମତାକୁ ଆସିବାର ଛଅ ମାସପରେ କରାଯାଇଥିଲା। ଆଜି ଭୂପେନ୍ଦ୍ର ସିଂହ ହୁଡଡା ପଞ୍ଚକୁଲାଠାରେ ଥିବା ସିବିଆଇ ଅଦାଲତରେ ବି ହାଜର ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଏକ ଜାତୀୟ ଗଣମାଧ୍ୟମ ଏହି ଅନିୟମିତତା ସଂପର୍କରେ ୨୦୧୫ରେ ଏକ ଖବର ପ୍ରକାଶିତ କରିଥିଲା। ଏହାପରେ ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

By amfnews

Related Post