Fri. Oct 16th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରଣାସୀରୁ ଲୋକସଭା ପ୍ରାର୍ଥୀ ହେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା !

315 Views

ନୂଆଦିଲ୍ଲୀ,24 Jan. 2019: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆକସ୍ମିକ ଭାବେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ଲାଗି କଂଗ୍ରେସର ସାଧାରଣ ସଂପାଦକ ପଦବୀ ମଣ୍ଡନ କରିଛନ୍ତି। ଏହାପରେ ଚର୍ଚ୍ଚା ହେଉଥିଲା କି ପ୍ରିୟଙ୍କା ଉତ୍ତର ପ୍ରଦେଶର ରାୟବରେଲୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ମାତ୍ର ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ୍‌ଙ୍କ ଟ୍ଵିଟ୍‌ ଭିନ୍ନ ସଙ୍କେତ ଦେଉଛି।
ଆଜି (ଗୁରୁବାର) ସକାଳେ କପିଲ ସିବବଲ ଟ୍ଵିଟ୍‌ କରି କହିଛନ୍ତି ‘ମୋଦୀଜୀ ଓ ଅମିତ ଶାହ କଂଗ୍ରେସ ମୁକ୍ତ ଭାରତ ବର୍ଷର ଆହ୍ଵାନ ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ଏବେ ଉତ୍ତର ପ୍ରଦେଶ (ପୂର୍ବାଞ୍ଚଳ)ର ରାଜନୀତିରେ ଆସିବା ପରେ….ମୁକ୍ତ ବାରାଣାସୀ,..ମୁକ୍ତ ଗୋରଖପୁର? ଆମେ ଦେଖିବା।

By amfnews

Related Post