Wed. Sep 23rd, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରିବେ ସଞ୍ଜୟଲୀଳା ଭଂସାଲୀ , ପ୍ରଥମ ପୋଷ୍ଟର ଲଞ୍ଚ କରାଯିବ ଆଜି

245 Views

ମୁମ୍ବାଇ  : ପ୍ରଖ୍ୟାତ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟଲୀଳା ଭଂସାଲୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରିବାକୁ ଯାଉଥିବା ଜଣାଯାଇଛି। ଏହାର ଟାଇଟଲ ରହିଛି ‘ମନ ବୈରାଗୀ’। ଏହାର ଲେଖକ ହେଉଛନ୍ତି ସଂଜୟ ତ୍ରିପାଠୀ। ସଞ୍ଜୟଲୀଳା ଭଂସାଲୀ ଏବଂ ମହାବୀର ଜୈନ ମିଳିତଭାବେ ଏହାର ପ୍ରଯୋଜନା କରୁଛନ୍ତି। ନିଜେ ସଞ୍ଜୟଲୀଳା ଭଂସାଲୀ ଏହାର ନିର୍ଦ୍ଦେଶ ଭାର ବହନ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମ ଦିବସ ଅବସରରେ ଏହି ସିନେମାର ପ୍ରଥମ ଡିଜିଟାଲ ପୋଷ୍ଟର ଲଞ୍ଚ କରାଯିବ। ଏହାକୁ ଲୋକପ୍ରିୟ ସିନେ ତାରକା ପ୍ରଭାସ ଲଞ୍ଚ କରିବେ ବୋଲି ଜଣାଯାଇଛି। ସଞ୍ଜୟଲୀଳା ଭଂସାଲୀ କହିଛନ୍ତି ଯେ ସଂଜୟ ତ୍ରିପାଠୀଙ୍କ କାହାଣୀ ଶୁଣିବାପରେ ସେ ଏହି ସିନେମା ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଯାତ୍ରାର କିଛି ଅନାଲୋଚିତ ଦିଗ ପ୍ରଦର୍ଶିତ ହେବବୋଲି ସେ ସୂଚନା ଦେଇଛନ୍ତି। ପିଲାବେଳେ କିପରି ମୋଦୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥିଲା,ସେହି ବିଷୟକୁ ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଛି ଯାହା ବର୍ତ୍ତମାନର ଯୁବାପୀଢିଙ୍କ ଲାଗି ପ୍ରେରଣାଦାୟକ ହେବ ବୋଲି ମଧ୍ୟ ସଞ୍ଜୟଲୀଳା ଭଂସାଲୀ କହିଛନ୍ତି।

By amfnews

Related Post