Thu. Oct 15th, 2026

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାମ ଅଧାରୁ ଛାଡ଼ୁଥିବା ଠିକାଦାର କଳା ତାଲିକାଭୁକ୍ତ ହେବେ

237 Views

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟର ଠିକା ନେଇ ତାହାକୁ ଅଧାରେ ପକାଇ ଦେଇଥିବା ଠିକାଦାର କଳାତାଲିକାଭୁକ୍ତ ହେବେ। ଆଜି ବିଧାନସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ପ୍ରସଙ୍ଗ ଉତ୍ଥାପନ କରିବା ପରେ ଉପରୋକ୍ତ ବୟାନ ରଖିଛନ୍ତି ମନ୍ତ୍ରୀ।

ବହୁ ସ୍ଥାନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟ  ଅଧପନ୍ତରିଆ ରହୁଛି । ଅଧାରୁ କାମ ଛାଡି ଠିକାଦାର ଅନ୍ୟ ବିଭାଗର କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ସେ  ଦାବି କରିଥିଲେ।

ଏହି ପ୍ରସଙ୍ଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଯେଉଁମାନେ ନିମ୍ନମାନର କାମ କରୁଛନ୍ତି ଓ କାମ ଅଧା ପକାଇ ପଳାଉଛନ୍ତି ସେହି କଂଟ୍ରାକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କୁ କଳା ତାଲିକାଭୁକ୍ତ କରାଯିବ । ୧୭ ହଜାର ୭୯ ଗାଁକୁ ରାସ୍ତା ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏଥିରେ ୧୬ ହଜାର ୨୪୧ ଗାଁକୁ ରାସ୍ତା କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ୮୨୯ ଗାଁରେ ରାସ୍ତା କାମ ଚାଲୁ ରହିଥିବା ମନ୍ତ୍ରୀ କହିଛନ୍ତି ।

By amfnews

Related Post