Thu. Jul 2nd, 2026

ପ୍ରଦୂଷଣଜନିତ କୁପ୍ରଭାବ ଏଡ଼ାଇବାକୁ ଗାଜର ଖାଆନ୍ତୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

256 Views

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଗତ ତିନି ବର୍ଷ ଠାରୁ ଅଧିକ ହୋଇଥିବା ବେଳେ ପ୍ରଦୂଷଣଜନିତ ରୋଗରୁ ଦୂରେଇ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଟୁଇଟ୍‌ କରି ଟିପ୍‌ସ୍‌ ଦେଇଥିଲେ।

ହର୍ଷ ବର୍ଦ୍ଧନ କହିଛନ୍ତି ଯେ ପ୍ରଦୂଷଣ ଦ୍ୱାରା ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା ଏଡ଼ାବାକୁ ଶରୀରକୁ ସହାୟତା କରିବାରେ ଗାଜରରେ ଯଥେଷ୍ଟ ପୋଷକତତ୍ତ୍ୱ ରହିଛି। ସେ ଟୁଇଟ୍‌ କରିଛନ୍ତି: ଗାଜର ଖାଇଲେ ଶରୀରକୁ ଭିଟାମିନ୍‌-ଏ, ପଟାସିୟମ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ ମିଳେ ଯାହା ଭାରତର ସାଧାରଣ ଭାବେ ଗଣା ଅନ୍ଧାରକଣାରୁ ସୁରକ୍ଷା ଦେବ। ଗାଜର ମଧ୍ୟ ପ୍ରଦୂଷଣଜନିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବିରୋଧରେ କାମକରିବାକୁ ସାହାଯ୍ୟ କରେ।

ରବିବାର ଦିନ କେନ୍ଦ୍ର ସରକାର ଦିଲ୍ଲୀ ପରିସ୍ଥିତି ସଂକ୍ରାନ୍ତରେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ସରକାରଙ୍କ ସହ ସମୀକ୍ଷା କରି ଘୋଷଣା କରିଛନ୍ତି କି, କ୍ୟାବିନେଟ୍‌ ସେକ୍ରେଟାରି ରାଜୀବ ଗୌବା ଦୈନିକ ଏହାର ସମୀକ୍ଷା କରିବେ।

ବହଳ ଧୂମ୍ର କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ଉଡ଼ାଣ ବାଧା ପାଇଥିଲା। ୩୭ଟି ବିମାନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଥିଲା। ୨୫୦ରୁ ଅଧିକ ବିମାନ ଉଡ଼ାଣ ଓ ୩୦୦ ବିମାନ ଅବତରଣ କରିବାରେ ବିଳମ୍ବ ହୋଇଥିଲା।

By amfnews

Related Post