Wed. Aug 12th, 2026

ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କ ଜାମିନ୍ ଆବେଦନର ଆଜି ଶୁଣାଣି

444 Views

ଭୁବନେଶ୍ୱର, ଡିସେମ୍ବର ୦୭ : ଆଜି ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କ ଜାମିନ୍ ଆବେଦନର ଶୁଣାଣି ହେବ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଜାମିନ୍ ଆବେଦନ କରିଛନ୍ତି । ପ୍ରଦୀପଙ୍କ ବିରୋଧରେ ଆଇପିସି ଧାରା ୪୧୯- ଅନ୍ୟର ପରିଚୟ ଦେଇ ଠକେଇ, ଧାରା ୪୨୦-ଠକେଇ, ଧାରା ୪୬୭ ଦସ୍ତାବିଜ ଜାଲିଆତି କରିବା ଯାହା ସୁରକ୍ଷା ପାଇଁ ବିପଦ, ଧାରା ୪୬୮- ଠକେଇ ଉଦ୍ଦେଶ୍ୟରେ ଜାଲିଆତି କରିବା, ଧାରା ୪୬୯-ସମ୍ମାନହାନୀ ପାଇଁ ଜାଲିଆତି କରିବା, ଧାରା ୧୨୦-ବି ଅପରାଧିକ ଷଡ଼ଯନ୍ତ୍ର ସହ ଆଇଟି ଆକ୍ଟର ସେକ୍ସସନ ୬୬-ସି ଓ ଡିରେ ଗିରଫ କରାଯାଇଛି ।

ସେହିପରି ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ସେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଆଜି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହେବ।

ଅପର ପକ୍ଷରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ସାମ୍ନାସାମ୍ନି ଜେରା କରିପାରେ। ଆଜି କ୍ରାଇମବ୍ରାଞ୍ଚ ସାଇବର ସେଲ ଅକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇ ପାରେ ବୋଲି ସୂଚନା ରହିଛି। 

By amfnews

Related Post