Wed. Sep 23rd, 2026

ପ୍ରଥମ ସୀମାପାର ପେଟ୍ରୋଲିମ ପାଇପଲାଇନର ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

328 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀ ଓ ଅମଲେଖଗଞ୍ଜ (ନେପାଳ) ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଶୁଭ ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ପାଇପଲାଇନର ଉଦଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ବହୁତ ଖୁସିର କଥା ଯେ  ଦକ୍ଷିଣ ଏସିଆର ପ୍ରଥମ କ୍ରସ ବର୍ଡର (ସୀମାପାର) ପେଟ୍ରୋଲିମ ପାଇପଲାଇନର କାମ ନିର୍ଦ୍ଧାରିତ ସମୟର ଅଧା ସମୟରେ ହିଁ ପ୍ରସ୍ତୁତ ହୋଇସାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଶ୍ରେୟ ନେପାଳ ସରକାରଙ୍କ ନେତୃତ୍ୱ ସମର୍ଥନ ଓ ଆମ ମିଳିତ ପ୍ରୟାସ ଯୋଗୁଁ ସମ୍ଭବ ହୋଇଛି।

View image on Twitter

By amfnews

Related Post