Wed. Jul 1st, 2026

ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

229 Views

ନୂଆଦିଲ୍ଲୀ: ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି। ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋତବାୟା ରାଜପାକ୍ସେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ। ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢ଼ିଥିଲା। କାରଣ ରାଜପାକ୍ସେ ଭାରତ ଅପେକ୍ଷା ଚାଇନାକୁ ବେଶୀ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା।

ହେଲେ ଭାରତ ଏଠାରେ ହିଁ ନିଜର କୂଟନୀତି ଗୋଟି ଚାଳନା କରିଥିଲା। ଏସ୍‌ଏଲପିପିର ରାଜପାକ୍ସେ ଶପଥ ନେବା କ୍ଷଣି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ରାଜପାକ୍ସେଙ୍କ ପାଖରେ ପହଞ୍ଚାଇଥିଲେ। ମୋଦି ତାଙ୍କୁ ଭାରତ ନିମନ୍ତ୍ରଣ କରିଥିବା କଥା ରାଜପାକ୍ସେ ଶୁଣିବା ପରେ ତୁରନ୍ତ ହଁ ଭରିଥିଲେ। ଆସନ୍ତା ୨୯ ତାରିଖରେ ସେ ଭାରତ ଆସିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସ୍‌ ଜୟଶଙ୍କର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

By amfnews

Related Post