Sat. Aug 15th, 2026

ପ୍ରଥମ କରି ‘ଟାଇମ୍‌’ ପତ୍ରିକାର ‘କିଡ୍‌ ଅଫ୍‌ ଦି ଇୟର୍‌’ ହେଲେ ୧୫ ବର୍ଷୀୟ ଭାରତୀୟ-ଆମେରିକୀୟ ଗୀତାଞ୍ଜଳି ରାଓ

375 Views

ନ୍ୟୁୟର୍କ: ବିଚକ୍ଷଣ କିଶୋରୀ ବୈଜ୍ଞାନିକ ତଥା ଉଦ୍ଭାବକ ଭାରତୀୟ-ଆମେରିକୀୟ ୧୫ ବର୍ଷୀୟ ଗୀତାଞ୍ଜଳି ରାଓଙ୍କୁ ‘ଟାଇମ୍‌’ ପତ୍ରିକା ପ୍ରଥମ କରି ‘କିଡ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ କରିଛି। ଦୂଷିତ ପାନୀୟଜଳ ଠାରୁ ଆରମ୍ଭ କରି, ଯନ୍ତ୍ରଣା ଉପସମକାରୀ ଔଷଧାଭ୍ୟାସ ଏବଂ ‘ସାଇବର୍‌ ହାରାସ୍‌ମେଣ୍ଟ୍‌’ କ୍ଷେତ୍ରରେ ତାଙ୍କର ବିସ୍ମୟକର କାର୍ଯ୍ୟ ନିମନ୍ତେ ସେ ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି।

‘ଟାଇମ୍‌’ କହିଛି, ଦୁନିଆ ସେହିମାନଙ୍କର ଯେଉଁମାନେ ଏହାକୁ ରୂପ ଦିଅନ୍ତି। କୌଣସି ଏକ ସମୟରେ ଦୁନିଆ ଯେତେ ଅନିଶ୍ଚିତ ମନେ ହେଉ ନା କାହିଁକି, ଏହି ପିଲାମାନେ ହାସଲ କରିଥିବା କୃତ୍ୱିତ୍ୱ ଠାରୁ ପ୍ରତ୍ୟେକ ପିଢ଼ି ଅଧିକ କିଛି ଉତ୍ପାଦନ କରିବେ ବୋଲି ମନେହୁଏ। ଏହାହିଁ ବାସ୍ତବତା ଏବଂ ସବୁ ଦୃଷ୍ଟିରୁ ସକାରାତ୍ମକ ପ୍ରଭାବ।

Image Courtesy of News18

‘ଟାଇମ୍‌’ ପତ୍ରିକାର ଏହି ପ୍ରଥମ ‘କିଡ୍‌ ଅଫ୍‌ ଦି ଇୟର୍‌’ ବିଭିନ୍ନ କ୍ଷେତ୍ରରୁ ନିମନ୍ତେ ଆସିଥିବା ୫ ହଜାର ନାମାଙ୍କନ ମଧ୍ୟରୁ କୁମାରୀ ରାଓ ମନୋନୀତ ହୋଇଥିଲେ। ‘ଟାଇମ୍‌’ର ସ୍ୱତନ୍ତ୍ର ସଂଖ୍ୟା ନିମନ୍ତେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀ ଆଞ୍ଜେଲିନା ଜୋଲି ତାଙ୍କ ସହ ସାକ୍ଷାତ୍‌କାର କରିଥିଲେ।

କଲୋରାଡୋସ୍ଥିତ ତାଙ୍କ ଘରୁ ଜୋଲିଙ୍କ ସହ ଭର୍ଚ୍ୟୁଆଲ୍‌ ଆଲୋଚନାରେ କହିଥିଲେ, ପର୍ଯ୍ୟବେକ୍ଷଣ, ସମସ୍ୟା ସମାଧାନ ନିମନ୍ତେ ଚିନ୍ତନ, ଗବେଷଣା, ନିର୍ମାଣ ଏବଂ ସୂଚନା ପ୍ରସାରଣ ହିଁ ମୁଖ୍ୟ କଥା।

ତାଙ୍କ ପିଢ଼ି ଯେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛି ସେ ଭଳି ସମସ୍ୟା ପୂର୍ବରୁ ଦେଖା ଯାଇ ନ ଥିଲା। ବୋଲି ସେ କହିଛନ୍ତି।

By amfnews

Related Post