Thu. Jun 11th, 2026

ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ୟାନେଲରେ ସାଧ୍ୱୀ ପ୍ରଜ୍ଞା

283 Views

ନୂଆଦିଲ୍ଲୀ: ବିବାଦୀୟ ବିଜେପି ସାଂସଦ ତଥା ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଭାରତର ସରକାର ବଡ଼ ଦାୟିତ୍ୱ ଦେଇଛନ୍ତି। ସେ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ହୋଇଥିଲେ ହେଁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କନସଲଟେଟିଭ କମିଟିର ସଦସ୍ୟ ଭାବେ ମନୋନୀତି କରାଯାଇଛି।

ଏହି ୨୧ ଜଣିଆ ପ୍ୟାନେଲର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନେବେ। ଏମାନଙ୍କ ବ୍ୟତୀତ ଏହି ପ୍ୟାନେଲରେ ବିରୋଧୀ ଦଳର ନେତା ଭାବେ ଫାରୁକ ଅବଦୁଲ୍ଲା ଓ ଶରଦ ପାୱାର ମଧ୍ୟ ରହିଛନ୍ତି। ତେବେ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲରେ ନିଜର ତୁଣ୍ଡ ପାଇଁ ବିବାଦରେ ଫସୁଥିବା ସାଧ୍ୱୀଙ୍କୁ ସାମିଲ କରାଯାଇଥିବାରୁ ଏହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି।

କମଲନାଥ ସରକାରରେ ଆଇନ ମନ୍ତ୍ରୀ ଥିବା ପିସି ଶର୍ମା କହିଛନ୍ତି, “ବିଜେପିର କଥା ଓ କାମରେ ଅନେକ ଫରକ ରହିଛି। ମୋଦିଜୀ କହିଥିଲେ ସେ ବିବାଦୀୟ କଥା କହୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ହେଲେ ଏବେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲରେ ସାମିଲ କରାଯାଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ।”

By amfnews

Related Post