Thu. Jul 30th, 2026

ପ୍ରଜନନ କେନ୍ଦ୍ରରେ ଶାଗୁଣାର ପ୍ରଥମ ଅଣ୍ତାଦାନ

261 Views

ବାରଙ୍ଗ:  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶାଗୁଣା ପ୍ରଜନନ କେନ୍ଦ୍ର ମଧ୍ୟରେ ଆଜି ଏକ ମାଈ ଶାଗୁଣା ପ୍ରଥମ କରି ଏକ ଅଣ୍ତା ଦାନ କରିଛି। ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶା ମାଟିରୁ ଲୋପ ପାଇ ଯାଇଥିବା ଶାଗୁଣା ବଂଶବୃଦ୍ଧି ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା କରିଥିଲା।

ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ୨୭ ତାରିଖରେ ଗ୍ୱାଲିୟର ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କରୁ ୧୨ଟି(୬ଟି ମାଈ ଓ ୬ଟି ପୁରୁଷ) ଲମ୍ବାବେକ ଶାଗୁଣାଙ୍କୁ ନନ୍ଦନକାନନକୁ ଅଣାଯାଇ ପ୍ରଜନନ କେନ୍ଦ୍ର ମଧ୍ୟରେ ରଖା ଯାଇଥିଲା। ଆଜି ପ୍ରଥମ ଅଣ୍ତାଦାନ ଯୋଜନାର ସଫଳ ଓ ଶୁଭ ସୂଚନା ଦେଇଛି। ଆଗକୁ ଆହୁରି ଅଣ୍ତା ଦେବାର ଆଭାସ ପାଇଛନ୍ତି କର୍ତ୍ତୃପକ୍ଷ। ଅଣ୍ଡାଗୁଡ଼ିକରୁ ପରୀକ୍ଷଣାଗାରରେ ବୈଜ୍ଞାନିକ ପଦ୍ଧତିରେ ଛୁଆ ବାହାର କରିବାକୁ ଯୋଜନା ହୋଇଛି। ଛୁଆଗୁଡ଼ିକ ବଡ଼ ହେଲା ପରେ ମୁକ୍ତାକାଶରେ ଛାଡ଼ିବାର ଯୋଜନା ହୋଇଛି। ଯୋଜନା ସଫଳ ହେଲେ ୧୯ବର୍ଷ ଅନ୍ତରାଳ ପରେ ପୁଣି ଓଡ଼ିଶା ଆକାଶରେ ଏହି ମୃତଭକ୍ଷୀ ପକ୍ଷୀଙ୍କୁ ଦେଖିବାକୁ ମିଳିବ।

By amfnews

Related Post