Fri. May 15th, 2026

ପ୍ରଚାର ମଇଦାନରେ ନବୀନ : ଆଜି କରଞ୍ଜିଆରୁ ଆରମ୍ଭ, କଟକରୁ ଭୁବନେଶ୍ୱର ରୋଡ୍ ସୋ’ରେ ଶେଷ

287 Views

ଭୁବନେଶ୍ୱର :ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରୁ ଆରମ୍ଭ ହେବ । କରଞ୍ଜିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ସିଧାସଳଖ କେନ୍ଦୁଝରରେ ନିର୍ବାଚନ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଏହା ପରେ ସନ୍ଧ୍ୟାରେ କଟକରେ ଏକ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ବିଜେଡି ପ୍ରାର୍ଥୀଙ୍କୁ ଅଧିକ ଶକ୍ତିଶାଳୀ କରିବା ଓ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବରେ ରୋଡ୍ ସୋ’ କରିବେ। ନବୀନ ହାଇଟେକ୍ ପ୍ରଚାର ବସରେ ଅପରାହ୍ନରେ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ନିକଟରୁ ରୋଡ୍ ସୋ’ରେ ବାହାରିବେ। ବେଣୁପୁର ପୂର୍ତ୍ତ ବିଭାଗ ଗୋପ ବ୍ରାଞ୍ଚ୍ କେନାଲ ବନ୍ଧ ରାସ୍ତାରେ ବେଣୁପୁର, ଭିଙ୍ଗାରପୁର, ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତ ଅଞ୍ଚଳ ଦେଇ ବନମାଳିପୁର ବଜାରରେ ପହଞ୍ଚିବେ। ସେଠାରୁ ଅଠାନ୍ତର ବାଲିପାଟଣା ଛକ ରାସ୍ତା ଦେଇ ବାଳକାଟି ମୁଖ୍ୟ ରାସ୍ତାରେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି।

By amfnews

Related Post