Wed. Aug 5th, 2026

ପ୍ରକାଶ ପାଇଲା ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୪୩.୬୨ ପ୍ରତିଶତ

243 Views

କଟକ  : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ ସଭାପତି ଜାହାନ ଆରା ବେଗମ୍ ରେଜଲ୍ଟ ପ୍ରକାଶ କରିଛନ୍ତି। ଏଥର ପାସ୍ ହାର ୪୩.୬୨ ପ୍ରତିଶତ ରହିଛି। ଓପନ୍ ସ୍କୁଲରେ ପାସ୍ ହାର ୬୩.୪୪ ପ୍ରତିଶତ ରହିଛି।

ଚଳିତ ବର୍ଷ୧୨୨ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା। ସେଠାରେ ମୋଟ ୨୬ ହଜାର ୨୦୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ହଜାର ୪୪୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିଲେ।

ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି କେନ୍ଦ୍ର ଖୋଲାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍‌ ସେଣ୍ଟର ଭାବେ ଚିହ୍ନଟ କରିଥିଲା ବୋର୍ଡ। ପ୍ରଶ୍ନପତ୍ର ଭାଇରାଲ୍‌ ଭଳି ଘଟଣା ରୋକିବାକୁ ମୋବାଇଲ୍‌ ଫୋନ୍‌ କଟକଣା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା ବୋର୍ଡ।

 

By amfnews

Related Post