Sat. Sep 26th, 2026
188 Views

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଏସ୍‌ପିଗୁଡ଼ାରେ ନିଆଁରେ ପୋଡ଼ି ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହିଳାଜଣଙ୍କ ହେଲେ ପିଙ୍କି ମକର। ତେବେ ପୁରୁଷଙ୍କ ପରିଚୟ ମିଳିନାହିଁ।

ଗ୍ରାମବାସୀ ଉଭୟଙ୍କୁ ପ୍ରଥମେ ଗୁଣୁପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ଦୁହେଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ନା ଘରେ ନିଆଁ ଲାଗି ଅଘଟଣ ଘଟିଛି ତାହା ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।

By amfnews

Related Post