Fri. Oct 16th, 2026

ପୋଲ ତଳୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

350 Views

ବାରିପଦା: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଏକ ସଦ୍ୟ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ସାତମହଲା ବିଲ୍ଡିଂ ପାର୍ଶ୍ଵରେ ଥିବା ଜରାଳି ନଦୀର ପୋଲ ତଳେ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଏ ବିଷୟରେ ଖବର ପାଇ ଭୋର୍ ୫ଟାରେ ମେଡିକାଲରେ ନିୟୋଜିତ ଥିବା ସଫେଇ କର୍ମଚାରୀ ଆର୍ତ୍ତ ମୁଖୀ, ଅଭିଳାଷ ମୁଖୀ ଓ ଗୌତମ ଘଡ଼େଇ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରିବା ସହ ତାର ଚିକିତ୍ସା ନିମନ୍ତେ ମେଡିକାଲକୁ ଆଣିଥିଲେ। ଶିଶୁଟିର ଡାହାଣ ପାର୍ଶ୍ଵ ଗାଲରେ ସାମାନ୍ୟ ଆଘାତ ହୋଇ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା।

ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟି ଛଅ ମାସରେ ଜନ୍ମ ନେଇଛି। ଏହାଛଡ଼ା ବର୍ତ୍ତମାନ ତା’ର ଅବସ୍ଥା ସେତେଟା ଭଲ ନ ଥିବା କଥା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଏହି ଘଟଣା ଏବେ ବାରିପଦା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post