352 Views
ଗାନ୍ଧୀନଗର: ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର କିଛି ଦିନ ପରେ ଗୁଜୁରାଟରେ ଭାରତୀୟ ଜନତା ପାର୍ଟିରୁ ଜଣେ ମହିଳା ପାଟିଦାର ନେତା ରେଶମା ପଟେଲ୍ ଇସ୍ତଫା ଦେଇଛନ୍ତି। ସେ ଗୁଜୁରାଟ ପ୍ରଦେଶ ଅଧ୍ୟକ୍ଷ ଜୀତୁ ବାଘାନୀଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସେ ଏହାପରେ ଅଭିଯୋଗ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏକ ମାର୍କେଟିଂ କଂପାନିରେ ପରିଣତ ହୋଇଛି ଓ ତାଙ୍କର ସଦସ୍ୟମାନଙ୍କୁ ସେଲ୍ସ ପର୍ସନ ଭାବେ ବିବେଚିତ କରାଯାଉଛି। ରେଶମା ପଟେଲ ପୋରବନ୍ଦର ଆସନରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।


