Thu. Jul 30th, 2026

ପୋଡା ବ୍ରେଡ ଖାଆନ୍ତୁ ନାହିଁ , ହୋଇପାରନ୍ତି କର୍କଟ ରୋଗର ଶିକାର

220 Views

ଆମମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଲି ବ୍ରେଡ୍‌ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ବ୍ରେଡକୁ ତାଓ୍ଵାରେ ସେକି ବା ମାଇକ୍ରୋଭନରେ ଗରମ କରି ଖାଆନ୍ତି। ହେଲେ ଆପଣ କ’ଣ ଜାଣନ୍ତି ପୋଡା ବ୍ରେଡ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଯେଉଁ ଖାଦ୍ୟ ପଦାର୍ଥରେ ଅଧିକ ମାତ୍ରାରେ ଶର୍କରା ଥାଏ, ତା’କୁ ଅଧିକ ତାପମାତ୍ରାରେ ଗରମ କରାଗଲେ, ସେଥିରୁ ଏକ୍ରିଲୋମାଇଡ୍‌ ନାମକ ଏକ ରାସାୟନିକ ଦ୍ରବ୍ୟ ନିର୍ଗତ ହୋଇଥାଏ। ଏହାଫଳରେ ଶରୀରରେ କର୍କଟ ରୋଗ ହେବାର ଆଶଙ୍କା ବଢ଼ିଯାଏ। ବ୍ରେଡରେ ଆମିନୋ ଏସିଡ୍‌ ବି ଥାଏ। ଏହାକୁ ଗରମ କଲେ ପେଟ ଖରାପ ହେବାର ଆଶଙ୍କା ବି ଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏକ୍ରିଲୋମାଇଡର କ୍ଷତିକାରକ ପ୍ରଭାବ ଯୋଗୁଁ ଶର୍କରାଯୁକ୍ତ ଖାଦ୍ୟକୁ ଅତିକମ୍‌ ସମୟ ପାଇଁ ଗରମ କରିବା ଉଚିତ। ତା ନ ହେଲେ ଆଦୌ ଗରମ ନ କରିବା ବି ଭଲ, ଯଦି ସେପରି କରନ୍ତି, ତେବେ କର୍କଟ ରୋଗର ଆଶଙ୍କା ବଢ଼ିଯାଏ।

By amfnews

Related Post