Thu. Oct 1st, 2026
265 Views

ବାଲେଶ୍ୱର  : ଗୁରୁବାର ସକାଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ଦୋଳପୁର ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ବାଳକ ପ୍ରାଣ ହରାଇଛନ୍ତି। ମୃତ ବାଳକ ହେଉଛନ୍ତି ସୁଧାକର ସ୍ୱାଇଁଙ୍କ ୧୨ ବର୍ଷିୟ ପୁଅ ଚକ୍ରଧର। ଆଜି ସକାଳେ ଚକ୍ରଧର ଶୌଚ ହେବା ନିମନ୍ତେ ନିକଟବର୍ତ୍ତୀ ପୋଖରୀକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା ଓ ସେ ପାଣିରେ ବୁଡ଼ି ଯାଇଥିଲେ।ପାଣିରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଛନ୍ତି।

By amfnews

Related Post