Sun. Aug 2nd, 2026

ପୋଖରୀରେ ବୁଡ଼ି ଦୁଇ ବାଳକଙ୍କ ମୃତ୍ୟୁ

438 Views

ଜଗତ୍‌ସିଂହପୁର  :   ବୁଧବାର ସକାଳେ ବାଲିକୁଦା ବ୍ଲକ୍‌ ମୋଡ଼ଗାଁ ଗ୍ରାମପଞ୍ଚାୟତ ଅଞ୍ଚଳର ସିଙ୍ଗିରି ଗ୍ରାମରେ ଦୁଇ ଜଣ ବାଳକ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି।

ସକାଳ ପ୍ରାୟ ୯ ବେଳେ ସରୋଜ ବିଶ୍ୱାଳଙ୍କ ୯ ବର୍ଷିୟ ପୁଅ ଓଁ ପ୍ରକାଶ ଏବଂ ପ୍ରତାପ ରାଉତଙ୍କ ୧୦ ବର୍ଷିୟ ପୁଅ ଆର୍ଯ୍ୟସୁମନ ସ୍କୁଲ୍‌କୁ ଯିବା ପାଇଁ ଗାଁ ପୋଖରୀରେ ଗାଧୁଆ ପାଧୁଆ କରୁଥିଲେ। ସେମାନେ ସମ୍ଭବତଃ ସେ ଭରା ପୋଖରୀର ଥଳ ଦେଉ ନ ଥିବା ଅଞ୍ଚଳକୁ ଚାଲିଯାଇଥିବାରୁ ବୁଡ଼ି ଯାଇଥିଲେ। ଆଖପାଖ ଲୋକେ ପୋଖରୀରୁ ଚିତ୍କାର ଶୁଭୁଥିବା ଶୁଣି ଧାଇଁ ଯାଇ ଦେଖିଲା ବେଳକୁ ପିଲା ଦୁହେଁ ବୁଡ଼ି ସାରିଥିଲେ।

କିଛି ଯୁବକ ପୋଖରୀ ପଶି ଦୁହିଁଙ୍କର ନିଶ୍ଚଳ ଶରୀର ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।ଖବର ପାଇ ଜଗତ୍‌ସିଂହପୁର ପୁଲିସ ଉଭୟ ପରିବାର ଠାରୁ ପିଲାଙ୍କ ମୃତ୍ୟୁ ସଂକ୍ରାନ୍ତରେ ଏକ ଲିଖିତ ବୟାନ ଗ୍ରହଣ କରିଛନ୍ତି।

By amfnews

Related Post