Sun. Oct 18th, 2026

ପୋଖରୀକୁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଯୁବତୀ

289 Views

ବିନିକା  : ପୋଖରୀକୁ ଫୁଲ ତୋଳିବାକୁ ଯାଇଥିବାବେଳେ ଜଣେ ଯୁବତୀଙ୍କ ଗୋଡ଼ ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବତୀ ହେଲେ ଚରଦା ଗାଁର ପ୍ରିୟଙ୍କା ଥନାପତି(୧୮)।

ଆଜି ସକାଳ ପ୍ରାୟ ୬ଟାରେ ପ୍ରିୟଙ୍କା ପୋଖରୀକୁ ଫୁଲ ତୋଳିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣବଶତଃ  ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି  ମିଳି ନ ଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

By amfnews

Related Post