Wed. Jun 10th, 2026

ପେଟ୍ରୋଲ, ଡିଜେଲ ଦର:ଆନ୍ଧ୍ର କମାଇଲା ୨ ଟଙ୍କା

950 Views

ବିଜୟଓ୍ଵାଡ଼ା,: ରାଜସ୍ଥାନ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଆନ୍ଧ୍ର ପ୍ରଦେଶ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୨ ଟଙ୍କା ଲେଖାଏଁ ଭାଟ୍‌ କମାଇଛନ୍ତି। ମଙ୍ଗଳବାରଠାରୁ ଏହାକୁ ଲାଗୁ କରାଯିବ। ଫଳରେ ଆନ୍ଧ୍ର ପ୍ରଦେଶରେ ଗ୍ରାହକମାନେ ଆସନ୍ତା କାଲିଠାରୁ ୨ ଟଙ୍କା କମ୍‌ ଦରରେ ପେଟ୍ରୋଲ ଏବଂ ଡିଜେଲ କିଣିବା ସୁଯୋଗ ପାଇପାରିବେ। ଆଜି ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳ ପକ୍ଷରୁ ତେଲ ଦର ବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଟିକସ ହ୍ରାସ ଘୋଷଣା କରିଛନ୍ତି। ରାଜ୍ୟ ବିଧାନସଭାରେ ନାଇଡ଼ୁ ଏହି ଘୋଷଣା କରିଛନ୍ତି। ନାଇଡ଼ୁଙ୍କ ଏହି ଘୋଷଣା ଯୋଗୁ ରାଜ୍ୟ ରାଜକୋଷକୁ ବାର୍ଷିକ ୧୧୨୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ତେଲ ଉପରୁ ୪ ପ୍ରତିଶତ ଭାଟ୍‌ ହ୍ରାସ ଘୋଷଣା କରିଥିଲେ। ଏହାଫଳରେ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ଅଢ଼େଇ ଟଙ୍କା କମିଯାଇଛି। ରାଜ୍ୟ ଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ ପେଟ୍ରୋଲ ଉପରୁ ତୃତୀୟ ସର୍ବାଧିକ ହାରର ଭାଟ୍‌ ଅର୍ଥାତ୍‌ ୩୫.୮୮ ପ୍ରତିଶତ ଆଦାୟ କରୁଛି। ପେଟ୍ରୋଲ ଉପରେ ମହାରାଷ୍ଟ୍ର ସର୍ବାଧିକ ହାରରେ ଭାଟ୍‌ ଆଦାୟ କରୁଥିବା ବେଳେ ମଧ୍ୟ ପ୍ରଦେଶ ଦ୍ୱିତୀୟ ସର୍ବାଧିକ ଭାଟ୍‌ ଆଦାୟ କରୁଛି। ତେବେ ଡିଜେଲ ଉପରେ ଆନ୍ଧ୍ର ପ୍ରଦେଶ ସର୍ବାଧିକ ୨୮.୦୮ ପ୍ରତିଶତ ଭାଟ୍‌ ଆଦାୟ କରୁଛି।୮.୦୮ ପ୍ରତିଶତ ଭାଟ୍‌ ଆଦାୟ କରୁଛି।ରୁଛି।

By amfnews

Related Post