Fri. Jun 12th, 2026

ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ଚନ୍ଦ୍ରଯାନ-୨

201 Views

ନୂଆଦିଲ୍ଲୀ  : ଆଜି ସକାଳ ୩ଟା ୩୦ ସମୟରେ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ହୋଇଛି ଚନ୍ଦ୍ରଯାନ-୨। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ଏହି ସୂଚନା ଦେଇଛି। ୨୦ ଅଗଷ୍ଟରେ ଏହି ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ୧୮ ଦିନ ପରେ ଅର୍ଥାତ୍ ସେପ୍ଟେମ୍ୱର ୭ରେ ଚନ୍ଦ୍ରରେ ଚନ୍ଦ୍ରଯାନ-୨ ପହଞ୍ଚିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୃଥିବୀ କକ୍ଷପଥରେ ୨୨ ଦିନ ଧରି ଏହି ଚନ୍ଦ୍ରଯାନ ୨ ଅତିବାହିତ କରିଥିଲା। ଏହି ମହାକାଶଯାନକୁ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରାଇବା ପାଇଁ ବୈଜ୍ଞାନିକଙ୍କ ଦ୍ୱାରା ‘ଟ୍ରାନ୍‌ସ୍‌ ଲୁନାର୍‌ ଇଞ୍ଜେକ୍‌ସନ୍‌’ (ଟିଏଲ୍‌ଆଇ) ଅଭିଯାନ ଆରମ୍ଭ ହୋଇଥିଲା। ଯାହାକୁ ଇସ୍ରୋର ବୈଜ୍ଞାନିକମାନେ ସଫଳତାର ସହ କରିପାରିଛନ୍ତି।

୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ଏହି ଚନ୍ଦ୍ରଯାନ-୨କୁ ମହାକାଶକୁ ଛଡ଼ାଯାଇଥିଲା। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ଛାଡ଼ିଛି।ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନର ଲଞ୍ଚ ପ୍ୟାଡରୁ ୨୨ ଜୁଲାଇ ଅପରାହ୍ନ ୨.୪୩ରେ ଏହି ମହାକାଶଯାନ ଉତକ୍ଷେପଣ ହୋଇଥିଲା। ଏହାର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

By amfnews

Related Post