Tue. Oct 13th, 2026

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ

423 Views

ଭୁବନେଶ୍ୱର : ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ  ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଥିବା ନେଇ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି।

ସ୍ୱର୍ଗତ ଏ.ଭି ସ୍ୱାମୀ ୪ ଏପ୍ରିଲ ୨୦୧୨ରୁ ୩ ଏପ୍ରିଲ ୨୦୧୮ ଯାଏ ରାଜ୍ୟସଭା ସଦସ୍ୟ ଥିଲେ। ସ୍ୱର୍ଗତ ସ୍ୱାମୀ ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୨ ପୁଅ ଓ ୩ ଝିଅ ଥିଲେ।

By amfnews

Related Post